ଘନ କୁହୁଡ଼ିରେ କେମିତି କରିବେ ଫସଲ ସୁରକ୍ଷା ? ଆସନ୍ତୁ ଜାଣିବା...
ଶୀତ ଦିନରେ ଘନ କୁହୁଡ଼ି ଯୋଗୁ ଅନେକ ଫସଲ ନଷ୍ଟ ହେଉଥିବା ଦେଖିବାକୁ ମିଳୁଛି । ଯଦି ଠିକ ସମୟରେ ଫସଲକୁ ସୁରକ୍ଷା ନଦିଆଯାଏ ତା'ହେଲେ ଚାଷୀଙ୍କୁ କ୍ଷତି ସହିବାକୁ ପଡିଥାଏ । ଆସନ୍ତୁ, ଜାଣିବା ଘନ କୁହୁଡ଼ି ପରିପ୍ରେକ୍ଷୀରେ କେମିତି ଫସଲର ସୁରକ୍ଷା କରିବେ...
- ଫୁଲକୋବି ଫସଲରେ ଅଲଟରନାରିଆ ପତ୍ରପୋଡ଼ା ରୋଗ ସମସ୍ୟା ବୃଦ୍ଧି ପାଇଲେ ପ୍ରତି ଲିଟର ପାଣିରେ ୨ ଗ୍ରାମ ହିସାବରେ ମାଙ୍କୋଜେବ + କାରବେଣ୍ଡାଜିମ ଔଷଧ ମିଶାଇ ସିଞ୍ଚନ କରନ୍ତୁ ।
- ବନ୍ଧାକୋବି ଫସଲରେ ପତ୍ରଚାନ୍ଦ ପୋକ, ବିନ୍ଧାପୋକ, ପତ୍ରଖିଆ ଗୋଟି ପୋକ ସମସ୍ୟା ଅଧିକ ହେବାର ସମ୍ଭାବନା ଅଛି । ଏହାର ନିରାକରଣ ପାଇଁ ଏକର ପ୍ରତି ୭୦ ଗ୍ରାମ ଏମମେକ୍ଟିନ ବେନୋଜେଏଟ କିମ୍ବା ୭୦ ମି.ଲି. ସ୍ପିନୋସାଡ଼ କୀଟନାଶକ ଔଷଧ ୨୦୦ ଲିଟର ପାଣିରେ ମିଶାଇ ସ୍ପ୍ରେ କରନ୍ତୁ ।
- ଆଳୁ ଫସଲରେ ପତ୍ରପୋଡ଼ା ରୋଗ ସମସ୍ୟା ଅଧିକ ହେବାର ସମ୍ଭାବନା ଥିବାରୁ ପ୍ରତି ଲିଟର ପାଣିରେ ୨.୫ ଗ୍ରାମ ହିସାବରେ କପର ଅକ୍ସିକ୍ଲୋରାଇଡ କିମ୍ବା ୨ ଗ୍ରାମ ହିସାବରେ ମେଟାଲିକ୍ସଲ + ମାଙ୍କୋଜେବ ସିଞ୍ଚନ କରନ୍ତୁ ।
- କୁହୁଡ଼ିଆ ପାଗରେ ଆମ୍ବ ବଗିଚାରେ ଆମ୍ବ ଡାହାଣୀ କୀଟ ସମସ୍ୟା ଅଧିକ ହେବାର ସମ୍ଭାବନା ଅଛି । ଏହାର ନିୟନ୍ତ୍ରଣ ପାଇଁ ପ୍ରତି ଲିଟର ପାଣିରେ ୦.୪ ମି.ଲି. ହିସାବରେ ଇମିଡାକ୍ଲୋପ୍ରିଡ କିନାଶକ ଔଷଧ ଗୋଳାଇ ଆମ୍ବ ଗଛ ଓ ଶାଖା ପ୍ରଶାଖାରେ ସିଞ୍ଚନ କରନ୍ତୁ ।