Keywords
Tags
Categories

କାହା ସ୍ୱାର୍ଥରେ କୋଟି କୋଟି ଟଙ୍କାରେ ନିର୍ମିତ କୃଷି ଭବନ ?

farmers-death-in-odisha

କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇ ହାଇଟେକ କୃଷି ଭବନ କରାଯାଇଛି, ହେଲେ ଏପଟେ ଚାଷୀଙ୍କ ଦୁଃଖ ବୁଝିବାରେ ଫେଲ ମାରିଛନ୍ତି ସରକାର । ଯେଉଁ ଅନ୍ନଦାତାଙ୍କ ପାଇଁ ଏହି କୃଷି ଭବନ କରାଯାଇଛି ସେହି ଅନ୍ନଦାତା ଋଣ ଶୁଝି ନପାରି ହେଉ ଅବା ଫସଲ ହାନି ଯୋଗୁ ଜୀବନ ହାରୁଛନ୍ତି ।

ରାଜ୍ୟରେ ଚାଷୀ ମୃତ୍ୟୁ ଥମିବାର ନାଁ ଧରୁ ନାହିଁ । ଗତ କିଛିଦିନ ମଧ୍ୟରେ ଜଣଙ୍କ ପରେ ଜଣେ ଚାଷୀ ଜୀବନ ହାରିଥିବା ନଜର ଆସିଛି । ଓଡ଼ିଶା କୃଷିଭିତ୍ତିକ ରାଜ୍ୟ ହୋଇଥିବାବେଳେ ଏଠାରେ କୃଷି କାର୍ଯ୍ୟ ଓ ଚାଷୀଙ୍କ ପାଇଁ ଆନୁସଙ୍ଗିକ ବ୍ୟବସ୍ଥା ନାହିଁ ।

ଗତ 15 ଦିନରେ ବିଭିନ୍ନ କାରଣରୁ 10ରୁ ଅଧିକ ଚାଷୀ ଜୀବନ ହାରିଥିବା ସୂତ୍ରରୁ ଜଣାପଡ଼ିଛି । ଗତ କିଛିଦିନ ପୂର୍ବେ ଅଦିନିଆ ବର୍ଷା କାରଣରୁ ରାଜ୍ୟର 16 ଜିଲ୍ଲାର ଚାଷୀ କ୍ଷତିଗ୍ରସ୍ତ ହୋଇଛନ୍ତି । 2.26 ଲକ୍ଷ ହେକ୍ଟର ଚାଷଜମି କ୍ଷତିଗ୍ରସ୍ତ ହୋଇଥିବାବେଳେ 292 କୋଟି ଟଙ୍କାର କ୍ଷୟକ୍ଷତି ଆକଳନ କରାଯାଇଛି।

ଗତ ୨୪ ବର୍ଷ ଧରି ଶାସନ ଗାଦିରେ ଥିବା ବିଜେଡି ସରକାର ନା ଚାଷୀଙ୍କ ଦୁଃଖ ବୁଝିପାରିଲା ନା ବର୍ତ୍ତମାନର ବିଜେପି ସରକାର ଚାଷୀଙ୍କ ଦୁଃଖ ବୁଝିବାରେ ସକ୍ଷମ । ଯଦି ଚାଷୀଙ୍କ ଦୁଃଖ ବୁଝିବାରେ ସରକାର ଅସଫଳ ତା'ହେଲେ ଏତେ ବଡ଼ କୃଷିଭବନ କାହା ସ୍ୱାର୍ଥରେ ? ଚାଷୀଙ୍କ ପାଇଁ ଉପଲଲବ୍ଧ ଯୋଜନା କାହା ପାଇଁ ? ଏଠାରେ ପ୍ରଶ୍ନ ଉଠୁଛି, ପୂର୍ବ ସରକାର ଭଳି ବର୍ତ୍ତମାନର ସରକାର ଚାଷୀ ମୃତ୍ୟୁ ରୋକିବାରେ ଅସଫଳ ହେବେ ନା ଚାଷୀ ମୃତ୍ୟୁରେ ପୂର୍ଣ୍ଣଚ୍ଛେଦ ପଡିବ ।

Video Stream





advertise