Keywords
Tags
Categories

ବଢିବ ଗହମ ଓ ଚାଉଳ ଦାମ !

wheat-rice-may-expensive

ବଢିବ ଗହମ ଓ ଚାଉଳ ଦାମ ! ଜଳବାୟୁରେ ପରିବର୍ତ୍ତନ ଯୋଗୁ ଭାରତରେ ଗହମ ଓ ଚାଉଳ ଉତ୍ପାଦନ ୬ରୁ ୧୦% ପ୍ରତିଶତ ହ୍ରାସ ପାଇବ ବୋଲି ଆକଳନ କରାଯାଉଛି । ତେଣୁ ଏହାର ମୂଲ୍ୟ ମଧ୍ୟ ବୃଦ୍ଧି ପାଇବ ବୋଲି ଆଶଙ୍କା କରାଯାଉଛି । ମୂଲ୍ୟ ବୃଦ୍ଧି ଫଳରେ ଏହାର ପ୍ରଭାବ ଲୋକଙ୍କ ଉପରେ ପଡିବ ବୋଲି ଜଣାପଡିଛି । ଏହା ଶସ୍ତା ଖାଦ୍ୟଶସ୍ୟର ଉପଲବ୍ଧତା ଓ କୋଟି କୋଟି ଲୋକଙ୍କ ଖାଦ୍ୟ ସୁରକ୍ଷାକୁ ପ୍ରଭାବିତ କରିବ ବୋଲି ପାଣିପାଗ ବିଭାଗ ଚେତାବନୀ ଦେଇଛି । 

ପାଣିପାଗ ବିଭାଗ ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ଜଳବାୟୁରେ ପରିବର୍ତ୍ତନ ଯୋଗୁ ଗହମ ଓ   ଧାନ ଭଳି ଫସଲର ଉତ୍ପାଦନ ହ୍ରାସ ପାଇବାର ସମ୍ଭାବନା ରହିଛି । ଯାହା ଚାଷୀ ଏବଂ ଦେଶର ଖାଦ୍ୟ ସୁରକ୍ଷାକୁ ପ୍ରଭାବିତ କରିବ।

ଖାଲି ଗହମ ଓ ଚାଉଳ ଦାମ ବୃଦ୍ଧି ପାଇବା ନାହିଁ ଆଗାମୀ ଦିନରେ ଆମକୁ ଜଳ ଅଭାବର ସମ୍ମୁଖୀନ ମଧ୍ୟ ହେବାକୁ ପଡିବ। ଉପକୂଳବର୍ତ୍ତୀ ଅଞ୍ଚଳରେ ସମୁଦ୍ର ଜଳ ଉଷ୍ମ ହେବାରେ ଲାଗିଛି, ଫଳରେ ମାଛମାନେ ଥଣ୍ଡା ପାଣି ଖୋଜିବା ପାଇଁ ଗଭୀର ଜଳକୁ ଯାଉଛନ୍ତି। ଯାହାକି ମତ୍ସ୍ୟଜୀବୀ ମାଛ ଧରି ପାରୁନାହାନ୍ତି।   ଏହି କାରଣରୁ ମାଛ ବ୍ୟବସାୟରେ ବହୁତ କ୍ଷତି ସହିବାକୁ ପଡୁଛି । 

ପାଣିପାଗ ବିଭାଗ ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ଯେ ଜଳବାୟୁ ପରିବର୍ତ୍ତନ ଯୋଗୁ ଗହମ ଏବଂ ଧାନ ଭଳି ଫସଲର ଉତ୍ପାଦନ ହ୍ରାସ ପାଇବାର ସମ୍ଭାବନା ରହିଛି, ଯାହା ଚାଷୀ ଏବଂ ଦେଶର ଖାଦ୍ୟ ସୁରକ୍ଷାକୁ ପ୍ରଭାବିତ କରିବ।

ସେପଟେ ହିମାଳୟ ଏବଂ ଏହାର ଆଖପାଖରେ ରହୁଥିବା କୋଟି କୋଟି ଲୋକ ଭବିଷ୍ୟତରେ ଜଳ ଅଭାବର ସମ୍ମୁଖୀନ ହେବାର ସମ୍ଭାବନା ରହିଛି ବୋଲି କେନ୍ଦ୍ର ଭୂବିଜ୍ଞାନ ମନ୍ତ୍ରଣାଳୟର ସଚିବ ଏମ୍. ରବିଚନ୍ଦ୍ରନ୍ କହିଛନ୍ତି।
 

Video Stream





advertise