Keywords
Tags
Categories

ଏହିସବୁ ଫୁଲ ଚାଷ କରନ୍ତୁ, କମ୍ ଖର୍ଚ୍ଚରେ ମିଳିବ ଅଧିକ ଲାଭ...

Cultivate-these-flowers-to-gain-high-profits-with-lower-cost

ଜୁଲାଇ-ଅଗଷ୍ଟ ମାସରେ କରନ୍ତୁ କନିଆରୀ ଫୁଲ,ମନ୍ଦାର ଫୁଲ ଓ ଚମ୍ପାଫୁଲ ଚାଷ । କମ୍ ଖର୍ଚ୍ଚରେ ମିଳିବ ଅଧିକ ଲାଭ । ଲୋକମାନେ ଭାବନ୍ତି ଯେ, ବର୍ଷା ଋତୁରେ ଚାଷୀମାନେ କେବଳ ଖରିଫ ଫସଲରେ ଧାନ ଚାଷ କରନ୍ତି, କିନ୍ତୁ ସେପରି କିଛି ନୁହେଁ। 

ମୌସୁମୀ ସମୟରେ ଚାଷୀ ଭାଇମାନେ ମକା, ମିଲେଟ ଏବଂ ସବୁଜ ପନିପରିବା ଚାଷ କରନ୍ତି। ଏହି କାରଣରୁ କୃଷକମାନେ ଧାନ ଅପେକ୍ଷା ଭଲ ରୋଜଗାର କରିଥାନ୍ତି । ତେବେ ବର୍ଷା ଋତୁରେ ସେମାନେ ଫୁଲ ଚାଷ ମଧ୍ୟ କରିପାରିବେ। ଏପରି ଅନେକ ପ୍ରକାରର ଫୁଲ ଅଛି, ଯାହା ଜୁଲାଇ-ଅଗଷ୍ଟ ମାସରେ ଲଗାଇ ଲାଭବାନ ହୋଇପାରିବେ ଚାଷୀ ।

ଧାନ-ଗହମ ପରି ଫୁଲ ଚାଷରେ ମଧ୍ୟ ଜଳସେଚନର ଆବଶ୍ୟକତା ରହିଥାଏ । ଯଦି ଆପଣ ଜୁଲାଇ-ଅଗଷ୍ଟ ମାସରେ ଫୁଲ ବଗିଚା କରନ୍ତି, ତେବେ ଚାରାଗୁଡ଼ିକ ପର୍ଯ୍ୟାପ୍ତ ପରିମାଣର ଜଳ ପାଇଥାନ୍ତି । ଯେଉଁ କାରଣରୁ, ଫୁଲ ଗଛର ଭଲ ଅଭିବୃଦ୍ଧି ହୁଏ ଏବଂ ଅମଳ ମଧ୍ୟ ଭଲ ହୋଇଥାଏ । 

ଯଦି ଆପଣ ଚାହାଁନ୍ତି, ବର୍ଷା ଋତୁରେ ଆପଣ ଘର ଭିତରେ କୁଣ୍ଡ ରଖି ଫୁଲ ଚାଷ କରି ପାରିବେ । ବର୍ଷା ଋତୁରେ ମନ୍ଦାର ଫୁଲ ଲଗାଇ ପାରିବେ । ବର୍ଷା ହେଲେ ଏହି ଫୁଲ ଭଲ ଅମଳ ହୋଇଥାଏ । ଏହା ମୁଖ୍ୟତଃ ପୂଜାରେ ବ୍ୟବହୃତ ହୁଏ । ଦେବୀଙ୍କୁ ବିଶେଷ ଭାବରେ ମନ୍ଦାର ଫୁଲ ସହ ପୂଜା କରାଯାଏ । ଏହା ବ୍ୟତୀତ ଜ୍ୟୋତିଷ ଶାସ୍ତ୍ର ରେ ମନ୍ଦାର ଫୁଲ ମଧ୍ୟ ବ୍ୟବହାର କରାଯାଏ ।

ବର୍ଷା ଋତୁରେ କନିଅରି ଫୁଲର ଅମଳ ବୃଦ୍ଧି ପାଇଥାଏ । କୁହାଯାଏ ଯେ ଶିବଲିଙ୍ଗ ଉପରେ କନିଅରି ଫୁଲ ଅର୍ପଣ କରିବା ଦ୍ୱାରା ଭଗବାନ ଶଙ୍କର ପ୍ରସନ୍ନ ହୋଇଥାନ୍ତି । ତେବେ ଦେବତାଙ୍କୁ ପୂଜା କରିବାରେ କନିଅରି ଫୁଲ ମଧ୍ୟ ବ୍ୟବହୃତ ହୋଇଥାଏ । ଏଥିସହ, ଏପରି ବିଶ୍ୱାସ ଅଛି ଯେ, ଘର ଭିତରେ କନିଅରି ପ୍ଲାଣ୍ଟ ଲଗାଇଲେ ସମସ୍ତ ସମସ୍ୟା ଦୂର ହୋଇଯାଏ ।ସେଥିପାଇଁ ଆପଣ ଘରେ ବା ନିଜ ବାଡ଼ି, ବଗିଚାରେ କନିଅରି ଗଛ ଲଗାଇ ପାରିବେ ।

ସେହିପରି ଆପଣ ଯେକୌଣସି ଋତୁରେ ଚମ୍ପା ଗଛ ମଧ୍ୟ ଲଗାଇ ପାରିବେ, କିନ୍ତୁ ବର୍ଷା ଋତୁରେ ଲଗାଇଲେ ଗଛଗୁଡିକ ଭଲ ହୋଇଯାଏ । ଏହି ଗଛ ଲଗାଇବାର ବର୍ଷେ ପରେ ମଧ୍ୟ ଫୁଲ ଫୁଟିବା ଆରମ୍ଭ ହୋଇଥାଏ   । ଚମ୍ପା ଫୁଲ ବଜାରରେ ବହୁତ ମହଙ୍ଗା ବିକ୍ରି ହୋଇଥାଏ । ଅନେକ ଆୟୁର୍ବେଦିକ ଔଷଧ ଏଥିରୁ ପ୍ରସ୍ତୁତ ହୋଇଥାଏ । ଚମ୍ପା ରସକୁ ଆଖିରେ ରଖିବା ଦ୍ୱାରା ଏହା ଆଖି ଜନିତ ବିଭିନ୍ନ ସମସ୍ୟା ଦୂର କରିଥାଏ ବୋଲି ଉଲ୍ଲେଖ ଅଛି ।

Video Stream





advertise